Jagannatha ho ଜଗନ୍ନାଥ ହୋ|.. କିଛି ମାଗୁନାହିଁ ତୋତେ || ପୁରାତନ ଓଡ଼ିଆ ଭଜନ by Umakant Mishra

30 days ago
6

Singer- Umakant Mishra
Jagannatha Ho Kichi Magu Nahi Tote ||
Lyrics of the song:
ଜଗନ୍ନାଥ ହୋ.. କିଛି ମାଗୁନାହିଁ ତୋତେ
ଧନ ମାଗୁନାହିଁ ଜନ ମାଗୁନାହିଁ , ମାଗୁଛି ଶରଧା ବାଲିରୁ ହାତେ
ଜଗନ୍ନାଥ ହୋ.. କିଛିକିଛିମାଗୁନାହିଁ ତୋତେ ॥୧॥

ଆନ ଦରଶନ ନ ଲୋଡ଼େ ନୟନ, ଏକା ତୁମ୍ଭ ଦେଖା ବିନା
ଶୁଣିବାକୁ କାନ ନ ଇଚ୍ଛଇ ଆନ, ତୁମ୍ଭ ଚରିତେ କାମନା
ଜଗନ୍ନାଥ ହୋ.. କିଛିକିଛିମାଗୁନାହିଁ ତୋତେ ॥୨॥

ମୋ ହସ୍ତ ଅଙ୍ଗୁଳି ରାମ ବନମାଳୀ, ହରେକୃଷ୍ଣ ଜପୁଥାଉ
ବୋଲେ ବନମାଳୀ ମୋ ବେନି ଚରଣ, ତୋ ତୀର୍ଥଭ୍ରମଣେ ଯାଉ
ଜଗନ୍ନାଥ ହୋ.. କିଛିକିଛିମାଗୁନାହିଁ ତୋତେ ॥୩॥

Loading comments...