ଆହେ ଦୟାମୟ ବିଶ୍ୱ ବିହାରୀ || Ahe Dayamaya Biswa Bihari

2 months ago
8

Ahe Dayamaya Biswa Bihari || ଆହେ ଦୟାମୟ ବିଶ୍ୱ ବିହାରୀ
Film - Balidaan (1978), Lyrics - Rama Krushna Nanda,
Music Director - Prafulla Kar, Singers - Prafulla Kar and Bani Jayaram
Odia lyrics:
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି!
ଜଳ ସ୍ଥଳ ବନ ଗିରି ଆକାଶ, ତୁମ ଲୀଳା ସବୁଠାରେ ପ୍ରକାଶ।
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି!

ତୁମ ଚରଣରେ ମୋର ଭକତି, ଦିଅ ବିପଦେ ସାହସ ଶକତି
ତୁମେ ଶୁଭ ବୁଦ୍ଧି ପରା ଶିଖାଅ, ତୁମେ ଭଲ ବାଟ ପରା ଦେଖାଅ
ମୋର କାମକୁ କରାଅ ସରସ, ମୋର ମୁଖେ ଦିଅ ଚିର ହରଷ |
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି!

ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି!
ମୋତେ ଏତିକି ଶିଖାଅ ସାଇଁ ହେ, ମୋର ଧନଜନ ଲୋଡ଼ା ନାହିଁ ହେ
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି |
ଘେନ ଦୟା ବହି ମୋର ଗୁହାରି |

Loading comments...